ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତା ୩୦ ତାରିଖରେ ଭାରତ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଲାଗି ଶପଥ ନେବେ ନରେନ୍ଦ୍ର ମୋଦି। ଏହି ଉତ୍ସବ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି।

ଏହି ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ତରଫରୁ ବିମଷ୍ଟେକ୍ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ବିମଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲଟି ସେକ୍ଟରାଲ ଟେକ୍ନିକାଲ୍ ଏଣ୍ଡ ଇକୋନୋମିକ୍ କୋଅୁରେସନ)ର ମଧ୍ୟରେ ଭାରତ, ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର, ଶ୍ରୀଲଙ୍କା,ଥାଇଲାଣ୍ଡର ସଦସ୍ୟ ଅଛନ୍ତି।

ଏହା ବ୍ୟତିତ କିରଗସ୍ତାନର ରାଷ୍ଟ୍ରପତି ଓ ମରିସସର ପ୍ରଧାନମନ୍ତ୍ରୀଙ୍କୁ ବି ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି।

ଏହା ବ୍ୟତିତ୍ ଅଭିନେତାରୁ ରାଜନେତା ବନିଥିବା କମଲ ହାସନଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା କୁହାଯାଉଛି। ତେବେ ପୂର୍ବରୁ କମଲ ହାସନ ଲଗାତାର ଭାବେ ବିଜେପି ଓ ମୋଦିଙ୍କୁ ବିରୋଧ କରିଆସିଛନ୍ତି, ଏପରିକି ଏମାନଙ୍କ ବିରୋଧରେ ମୋର୍ଚ୍ଚା ମଧ୍ୟ ଖୋଲିଛନ୍ତି ତେବେ ତାଙ୍କୁ ନିମନ୍ତ୍ରଣ ପଠାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅନ୍ୟପଟେ ଦ୍ଵିତୀୟ ପାଳିର ଶପଥ ନେବା ପୂର୍ବରୁ ମୋଦି କାଶିର କାଶି ବିଶ୍ଵନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ଏହା ପୂର୍ବରୁ ମୋଦି ନିଜ ମାଙ୍କ ଠୁ ଆଶିର୍ବାଦ ନେଇଛନ୍ତି।

Comment