ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଜଣକ ପରେ ଜଣକ ଇସ୍ତଫା ଦେବା ଆରମ୍ଭ କରିଛନ୍ତି।ପ୍ରଥମେ ରାହୁଲ ଗାନ୍ଧି ଇସ୍ତଫା ପତ୍ର ଦାଖଲ କରିଥିଲେ। ତାଙ୍କ ସହ ତାଳ ମିଳାଇ ପିସିସି ସଭାପତି ମାନେ ଇସ୍ତଫା ଦେଉଛନ୍ତି। ଆସାମ ଠାରୁ ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରୁ ଇସ୍ତଫାର ସୁଅ ଛୁଟିଛି। ଏ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୧୩ ବରିଷ୍ଠ ନେତା ଇସ୍ତଫା ଦେଇସାରିଲେଣି।

ତେଣେ ରାହୁଲଙ୍କୁ ନେଇ ଭିନ୍ନ ଭିନ୍ନ ଧରଣର ଆକଳନ କରାଯାଉଛି। କଂଗ୍ରେସ ବୈଠକରେ ରାହୁଲ ଇସ୍ତଫା ଦେବା ପରେ ଦଳ ଭିତରେ ଏବେ କେହି କିଛି କହିବା ପାଇଁ ଚାହୁଁନାହାନ୍ତି। କିନ୍ତୁ କିଛି ରିପୋର୍ଟ ଅନୁସାରେ ରାହୁଲ ନିଜ ଇସ୍ତଫା ପ୍ରଦାନରେ ଅଟଳ ଅଛନ୍ତି। ଏମିତି ବି ଖବର ଆସୁଛି ଯେ କଂଗ୍ରେସର ପରବର୍ତ୍ତୀ  ସଭାପତି ଖୋଜିବା ପାଇଁ ରାହୁଲ ଦଳର ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଣେ ଦଳ ଭିତରେ ପରାଜୟ ପରେ ମନ୍ଥନ ଜାରି ରହିଛି।

Comment