ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମହାପ୍ରଭୁ ଜଗନ୍ନାଥ ଏବଂ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ଆଜି ମୁଁ ଏହି ସଫଳାତା ପାଇଛି। ଏଥିପାଇଁ ମୁଁ ନବୀନ ପଟ୍ଟନାୟକଙ୍କ ପାଖରେ ଚୀର ଋଣି ରହିବି। ନବୀନ ବାବୁ ମୋ ପ୍ରତି ଯେଉଁ ଭରଷା ରଖିଛନ୍ତି, ତାଙ୍କ ମୁଣ୍ଡ କେବେ ତଳକୁ ହେବାକୁ ଦେବିନି। ଓଡ଼ିଶାବାସୀଙ୍କ ମୁଣ୍ଡକୁ କେବେ ତଳକୁ ହେବାକୁ ଦେବିନି।” ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ନବ ନିର୍ବାଚିତ ପ୍ରାର୍ଥୀ ଅନୁଭବ ମହାନ୍ତି କହିଛନ୍ତି।

ଅନୁଭବ କହିଛନ୍ତି, “କେନ୍ଦ୍ରାପଡ଼ାବାସୀଙ୍କ ନିକଟରେ ଯାହା ପ୍ରତିଶ୍ରୁତି ରଖିଛି, ସେ ସବୁକୁ ପୂରଣ କରିବି। କେନ୍ଦ୍ର ସରକାରଙ୍କ ପାଖରେ କେନ୍ଦ୍ରାପଡ଼ା ପାଇଁ ରହିଥିବା ସମସ୍ତ ଅଧିକାରକୁ ପାଇବା ପାଇଁ ସ୍ୱର ଉତ୍ତୋଳନ କରିବି।”

ବୈଜୟନ୍ତ କହିଲେ ପରିବର୍ତ୍ତନ ହେଉଯାଉ ଏବଂ ଲୋକେ ଏହା ମାନିଲେ

“ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଚଳିତ ନିର୍ବାଚନରେ କହୁଥିଲେ ପରିବର୍ତ୍ତନ ହେଇଯାଉ। ପ୍ରକୃତରେ ଲୋକମାନେ ଚାହୁଁଥିଲେ କି କେନ୍ଦ୍ରାପଡ଼ାରେ ପରିବର୍ତ୍ତନ ଆବଶ୍ୟକ ଏବଂ ପରିବର୍ତ୍ତନ କରିକି ସେମାନେ ଦେଖାଇଦେଲେ” ଅନୁଭବ କହିଛନ୍ତି।

ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ ଭୁଲି ପାରିବିନି

ଚଳିତ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ଅନୁଭବ ମହାନ୍ତି ବିପୁଳ ସଂଖ୍ୟାରେ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ କେନ୍ଦ୍ରାପଡ଼ାବାସୀଙ୍କୁ ଜୀବନ ଥିବା ଯାଏଁ ମୁଁ ଭୁଲି ପାରିବିନି କି ଛାଡ଼ି ପାରିବିନି ବୋଲି ଅନୁଭବ କହିଛନ୍ତି। ଲୋକମାନେ ମତେ ଯେତେଦିନ ଖୋଜୁଥିବେ, ମୁଁ ତାଙ୍କ ପାଖରେ ଛିଡ଼ା ହେବି ବୋଲି ଅନୁଭବ କହିଛନ୍ତି।

କେନ୍ଦ୍ରାପଡ଼ାବାସୀ ମତେ ନେତା ଓ ମୋଦିଙ୍କୁ ଅଭିନେତା ବାଛିଲେ

ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରେ ବିଜେପି ଜାତୀୟ ନେତାମାନେ ଆସି ପ୍ରଚାର କରିଥିଲେ। ନିଜେ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର କରି ଲୋକମାନଙ୍କୁ ନେତା ଓ ଅଭିନେତା ମଧ୍ୟରେ ଫରକ ବୁଝାଉଥିଲେ। ହେଲେ କେନ୍ଦ୍ରାପଡ଼ାବାସୀ ବୋଧେ ଅଭିନୟ କିଏ କରୁଛି ତାହା ଜାଣିଗଲେ। ସେମାନେ ନିର୍ବାଚନରେ ମତେ ନେତା ଭାବେ ନିର୍ବାଚିତ କରିଥିବା ବେଳେ ମୋଦିଙ୍କୁ ଅଭିନେତା ଭାବେ ବାଛିଥିବା ଅନୁଭବ ମହାନ୍ତି କହିଛନ୍ତି।

Comment