ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ବୁଧବାରଠାରୁ ପଞ୍ଚମ ଇନିଂସ୍‌ ଆରମ୍ଭ କରିବେ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଦିନକପରେ ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ୧୦.୩୦ରେ ଶପଥ ନେବେ। ରାଜ୍ୟପାଳ ଗଣେଷୀ ଲାଲ୍ ଏମାନଙ୍କୁ ଶପଥ ପାଠ କରାଇବେ।

ପ୍ରଥମ ଥର ଲାଗି ରାଜଭବନ ବାହାରେ ଶପଥ ନେବ ଓଡ଼ିଶାର ନୂଆ ସରକାର। ଏଥିଲାଗି ମଞ୍ଚ ସଜା ଚାଲିଛି। ଏହି ଉତ୍ସବରେ ପାଖାପାଖି ୭୦୦୦ରୁ ଅଧିକ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ନବୀନଙ୍କ ଶପଥଗ୍ରହଣ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି। କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯାଇଛି। ସିସିଟିଭିଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ କରାଯାଇଛି।

Comment