ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ବନ୍ଦର ଗୋଟିଏ ଦିନରେ ୩୦ଟି ଜାହାଜ ଚଳାଚଳ କରି ରେକର୍ଡ ହାସଲ କରିଛି।

ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ପାରଦୀପ ବନ୍ଦର ୩୦ଟି ଜାହାଜ ଚଳାଚଳ କରି ଏହି ରେକର୍ଡ ସୃଷ୍ଟି କରିଛି। ସେଥିମଧ୍ୟରୁ ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ଜାହାଜ ବନ୍ଦରରୁ ପ୍ରସ୍ଥାନ କରିଛି। ସେହିପରି ୩ଟି ଜାହାଜ ସ୍ଥାନାନ୍ତର କରାଯାଇଥିବା ବେଳେ ୮ଟି ସହାୟକ ଜାହାଜ ମଧ୍ୟ ଚଳାଚଳ କରିଛି।

ଏହା ପୂର୍ବରୁ ୨୦୧୮ ଅକ୍ଟୋବରରେ ୨୦ ଘଣ୍ଟାରେ ୨୭ ଜାହାଜ ଚଳାଚଳ କରି ରେକର୍ଡ କରିଥିଲା ପାରାଦୀପ ବନ୍ଦର। ବର୍ତ୍ତମାନ ନିଜ ପୁରୁଣା ରେକର୍ଡକୁ ଭାଙ୍ଗି ଗୋଟିଏ ଦିନରେ ୩୦ଟି ଜାହାଜ ଚଳାଚଳ କରିଛି ପାରାଦୀପ ବନ୍ଦର। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ପାରଦୀପ ବନ୍ଦର ୧୨୦ ନିୟୁତ ମ୍ୟାଟ୍ରିକ୍‌ ଟମ୍‌ ପଣ୍ୟ କାରବାର କରିବାକୁ ଲକ୍ଷ ରଖିଛି।

Comment