ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନବ କିଶୋର ଦାସ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଝାରସୁଗୁଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଏଥର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରି ଗୁତୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ଦିଆଯାଇଛି।

ସେ ତାଙ୍କର ନିକଟତମ ପ୍ରତିନ୍ଦ୍ଵନ୍ଦ୍ଵୀ ବିଜେପିର ଦିନେଶ କୁମାର ଜୈନଙ୍କୁ ୪୫ହଜାରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ନବଦାସ ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ଭାବେ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ।

ଏଥର ସେ କଂଗ୍ରେସର ଛାଡ଼ି ବିଜେଡିରେ ଯୋଗଦେବା ସହିତ ନିର୍ବାଚନ ଲଢ଼ିଥିଲେ। ସେ ନିର୍ବାଚନ ଜିତିବା ସହ ପ୍ରଥମ ଥର ଲାଗି ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Comment