ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହାସହିତ କ୍ରମାଗତ ଭାବେ ପଞ୍ଚମ ପାଳି ସରକାର ଗଠନ କରିଛି ବିଜୁ ଜନତା ଦଳ। ପ୍ରଥମଥର ଲାଗି ରାଜଭବନ ବାହାରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

ନବୀନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ନିମନ୍ତ୍ରିତ ଅତିଥି ସାମିଲ ହୋଇଛନ୍ତି। ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଅଛନ୍ତି।

ଏହା ସହିତ ଶପଥ ଉତ୍ସବକୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଚାଷୀ ସଂଗଠନ, ଶିକ୍ଷକ ସଂଗଠନ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ପହଞ୍ଚିଛନ୍ତି। ଏହା ବ୍ୟତୀତ ଅନ୍ୟ ଦଳର କିଛି ନେତା ଓ ବିଧାୟକ ଏହି ଉତ୍ସବରେ ସାମିଲ ହୋଇଛନ୍ତି।

Comment