ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଅରୁଣ ସାହୁ ବୁଧବାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଅରୁଣ ନୟାଗଡ ବିଧାନସଭା ଆସନରୁ ନିର୍ବାଚିତ ହେବା ସହ ପୁନର୍ବାର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପିର ଇରାନୀ ରାୟଙ୍କୁ ପରାଜୟ କରାଇଛନ୍ତି। ପାଖାପାଖି ୧୪ ହଜାରୁ ଅଧିକ ଭୋଟରେ ସେ ନିର୍ବାଚନ ଜିତିଛନ୍ତି।

ଅରୁଣ ସାହୁ ପୂର୍ବରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ଭଳି ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି।  

Comment