ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହେଲେ ସୁଶାନ୍ତ ସିଂ

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଶାନ୍ତ ସିଂ। ସେ ଭଟ୍ଟଲିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ରହି ସାରିଛନ୍ତି।

ଏଥର ସୁଶାନ୍ତ ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇଛି। ମଙ୍ଗଳବାର ନବୀନ ନିବାସର ଫୋନ କଲ୍ ଆସିବା ପରେ ନିଜ ପ୍ରତିକ୍ରିୟାରେ ସୁଶାନ୍ତ କହିଛନ୍ତି କି , “ମୋ ଲାଗି ନବୀନ ପଟ୍ଟନାୟକଙ୍କ ଆସ୍ତା ଓ ବିଶ୍ଵାସ ହେଉଛି ସବୁଠୁ ବଡ଼ ସମ୍ପତ୍ତି। ୨୦୧୪ ରେ ବି ମୁଁ ମନ୍ତ୍ରୀ ଦୌଡ଼ରେ ନଥିଲି, ଆଉ ଏଥର ବି ନଥିଲି। ନିଷ୍ଟାର ସହିତ ଲୋକଙ୍କ ପାଇଁ କାମ କରିବି।”

ସେ ଏଥର ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ ୨୩ ହଜାରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ମିଳିବାପରେ ତାଙ୍କ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି।

Comment