ଓଡ଼ିଶାଲାଇଭ୍ ବ୍ୟୁରୋ

(ନୂଆପଡ଼ାରୁ ନନ୍ଦିଘୋଷ ଖମାରୀ) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଆଜି ଧୁମଧାମରେ ପ୍ରସିଦ୍ଧ ଉଦନ୍ତି ମହୋତ୍ସବ ଉଦଘାଟିତ ହୋଇଯାଇଛି। ବୁଧବାର ସକାଳେ ସିନାପାଲିସ୍ଥିତ ମା’ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପରେ ଦେବୀଙ୍କ ଛତର ଗାଁ ପରିକ୍ରମା କରି ସିନାପାଲି ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲା। ଦେବୀଙ୍କ ଛତରକୁ ମହୋତ୍ସବ ମଞ୍ଚରେ ସ୍ଥାପନ କରାଯାଇଥିଲା।

ଏହି ଛତର ଯାତ୍ରାରେ ଅଂଚଳର ଶହଶହ ଜନସାଧାରଣ ସାମିଲ ହେବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ଛତର ଯାତ୍ରା ସମୟରେ ଲୋକନୃତ୍ୟ, ଘଣ୍ଟବାଦ୍ୟ ଓ ଘୁମୁରା ଦଳ ସାମିଲ ହୋଇଥିଲେ। ଏହି ଯାତ୍ରାକୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହି ଉଦନ୍ତୀ ମହୋତ୍ସବ ତିନିଦିନ ପାଇଁ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ସୂଚନା ଦେଇଛନ୍ତି।

Comment