ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ାରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ମୁକୁନ୍ଦପୁର ପୋଲିସ ଆଉଟ୍‌ପୋଷ୍ଟ ଅନ୍ତର୍ଗତ ଭେଜା ଗାଁରେ ମହୁମାଛି ଆକ୍ରମଣରେ ଜଣେ ୧୨ ବର୍ଷର ପିଲାର ମୃତ୍ୟୁ ହୋଇଛି। ଏହି ଘଟଣାରେ ୪ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ ବାଳକର ନାଁ ପାଲକା ସାମ୍ବା ବୋଲି ଜଣାପଡ଼ିଛି।

ସୂଚନା ମୁତାବିକ, ସାମ୍ବା ସମେତ ଚାରି ଜଣ ପିଲା ଗାଁ ପାଖ ଜଙ୍ଗଲକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ଏହି ସମୟରେ କିଛି ବଣୁଆ ମହୁମାଛି ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ଉକ୍ତ ଚାରିଜଣଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ପାଲକା ସାମ୍ବାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

Comment