ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଐତିହାସିକ ବିଜୟ ପରେ ଆଜିଠୁ ମୋଦିଙ୍କ ଆଉ ଏକ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମମନ୍ତ୍ରୀ ଭାବେ ଶପଥ ନେବେ।

ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶ ଓ ଦେଶବାହାରୁ ଅନେକ ଅତିଥି ଯୋଗ ଦେବେ। ମୋଦି ୨୦୧୪ରେ ଯେତେବେଳେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ଅତିଥି ସଂଖ୍ୟା ୫୦୦୦ହଜାର ଥିଲା ଏଥର ଏହି ସଂଖ୍ୟା ପାଖାପାଖି ୬୫୦୦ ରହିଛି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟପଟେ ଦ୍ଵିତୀୟ ପାଳିର ଶପଥ ନେବା ପୂର୍ବରୁ ମୋଦି କାଶିର କାଶି ବିଶ୍ଵନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ଏହା ପୂର୍ବରୁ ମୋଦି ନିଜ ମାଙ୍କ ଠୁ ଆଶିର୍ବାଦ ନେଇଛନ୍ତି।

Comment