ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ। କ୍ରମାଗତ ଦ୍ଵିତୀୟ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୨୦୧୪ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମୋଦି ସରକାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ହୋଇଥିଲେ। ସେ ବିହାରରୁ ରାଜ୍ୟସଭା ସାସଂଦ ଭାବେ ମନୋନୀତ ହେବା ପରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି।

ଚଳିତ ଥର ମଧ୍ୟ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ସାସଂଦ ଭାବେ ମନୋନୀତ ହୋଇଛନ୍ତି। ଚଳିତ ସରକାରରେ ଧର୍ମେନ୍ଦ୍ର ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Comment