ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ। ବିଜୟଓ୍ୱାଡାସ୍ଥିତ ଆଇଜିଏମସି ଷ୍ଟାଡିୟମରେ ଭବ୍ୟ ସମାରୋହରେ ସେ ଶପଥ ନେଇଛନ୍ତିା

ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଇଏସଏଲ ନରସିହ୍ମନ। ଶପଥ ନେବା ପରେ ୪୬ ବର୍ଷୀୟ ଜଗନମୋହନ ରେଡ୍ଡୀ ଆନ୍ଧ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତିା

ଜଗନ ରେଡ୍ଡୀ ଆଜି ଏକୁଟିଆ ଶପଥ ନେଇଛନ୍ତିା ସୂଚନା ଅନସାରେ ଜୁନ ୭ରେ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ ପରେ ତାଙ୍କ ମନ୍ତ୍ରି ମଣ୍ଡଳ ଶପଥ ନେବୋ

ଜଗନଙ୍କ ଶପଥ ଗ୍ରହଣ ସମରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ଉପସ୍ଥିତ ଥିଲୋ

ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଗନଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛିା ୧୭୫ ବିଧାନସଭା ଆସନରୁ ଓ୍ୱାଇଏସଆର କଂଗ୍ରେସ ୧୫୧ ଆସନରେ ବିଜୟ ହାସଲ କରିଛିା ଏଥିସହ ୨୫ ଲୋକସଭା ଆସନରୁ ୨୨ ଆସନରେ ଜଗନଙ୍କ ଦଳ ବିଜୟୀ ହୋଇଛିା

Comment