ଓଡ଼ିଶାଲାଇଭ ବ୍ୟୁରୋ

ଅଧରାତିରେ ଯଦି ଆପଣଙ୍କ ସାଂସଦ ସ୍ଲିପର ପିନ୍ଧି ନିଜ ପତ୍ନୀଙ୍କ ସହିତ ବାଇକରେ ଚଲଉଥିବା ଦେଖିବାକୁ ପାଇବେ ତ ଏହା ସାଧାରଣ ଲୋକଙ୍କ ପାଇଁ ଏକ  ଆଶ୍ଚର୍ଯ୍ୟ କଲାପରି କଥା ହେବ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଏର୍ଣ୍ଣାକୁଲମ ଆସନରୁ ଜିତିଥିବା ହିବି ଏଡନଙ୍କ ବିନ୍ଦାସ ଲୁକ୍ ଏବେ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ଆଣୁଛି।

ମେ ୨୩ରେ ନିର୍ବାଚନ ଜିତିବା ପରେ ହିବି ମେ ୨୬ ରାତିରେ ନିଜ ପତ୍ନୀଙ୍କ ସହ ବାଇକରେ କାଜୁଆଲ୍ ଲୁକରେ ନଜର ଆସିଛନ୍ତି। ସାଂସଦ ନିଜେ ଏ ଫଟୋକୁ ଫେସବୁକରେ ସେୟାର କରିଛନ୍ତି। ପୂର୍ବରୁ ସେ ବିଧାୟକ ରହିଆସୁଥିଲେ ଏଥର ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ ଓ ଜିତିବିଛନ୍ତି।

ଯୁବ ସାଂସଦ ସଂସଦ ପହଞ୍ଚିବା ତାଲିକାରେ ହିବିଙ୍କ ନାଁ ଆସୁଛି। ତେବେ ସବୁଠୁ ମଜେଦାର କଥା ଏହାକୁ କେରଳ ଏହି ସାଂସଦ ଜଣଙ୍କ ନିଜ ଫେସବୁକରେ ଫଟୋ ଶେୟାର ସହ ଲେଖିଛନ୍ତି, “ନାଇଟ୍ ରାଇଡର”।

୩୬ ବର୍ଷିୟ ହିବି ନିଜ ପ୍ରତିନ୍ଦ୍ଵନ୍ଦ୍ଵୀଙ୍କୁ ୧.୬୯ ଲକ୍ଷ ଭୋଟରେ ହରାଇଛନ୍ତି। ହିବିଙ୍କ ପୂର୍ବରୁ ଏହି ଆସନ କଂଗ୍ରେସ ଅକ୍ତିଆରରେ ଥିଲା। ହିବିଙ୍କ ପତ୍ନୀ ଏକ ମାଲୟଲମ ଚ୍ୟାନେଲରେ ଆଙ୍କର ରହିସାରିଛନ୍ତି। ଦୁଇଜଣ ଲଭ୍ ମ୍ୟାରେଜ୍ କରିଥିଲେ। ସେମାନଙ୍କର ଏକ ପୁଅ ବି ଅଛି।

Comment