ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କୋଟପାଡ ବିଧାନସଭା ଆସନରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ିଥିଲେ ପଦ୍ମିନୀ ଦିଆନ। ସେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ଅଳ୍ପ ବ୍ୟବଧାନରେ ତାଙ୍କ ପ୍ରତିପକ୍ଷଙ୍କଠୁ ଜିତିଛନ୍ତି।

ସେ କଂଗ୍ରେସର ଚନ୍ଦ୍ରଶେଖର ମାଝିଙ୍କୁ ୨୬୩୧ଖଣ୍ଡ ଭୋଟରେ ହରାଇ ବିଜୟ ହୋଇଛନ୍ତି। ପଦ୍ମିନୀ ପ୍ରଥମ ଥର ବିଧାୟିକା ହେବା ସହିତ ପ୍ରଥମ ପାଳିରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି।

ପଦ୍ନିନୀ ନବୀନଙ୍କ ପଞ୍ଚମ ପାଳିରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ସହିତ ହସତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି। ପଦ୍ମିନୀଙ୍କୁ ମନ୍ତ୍ରୀପଦ ମିଳିବା ପରେ କୋଟପାଡ଼ବାସୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି।

Comment