ଓଡ଼ିଶାଲାଇଭ୍ ବ୍ୟୁରୋ

ଏଭରେଷ୍ଟ ଉଦ୍ଧାର ପରେ ପର୍ବତାରୋହି କଳ୍ପନା ଦାଶଙ୍କ ମରଶରୀର ଆଜି କାଠମାଣ୍ଡୁ ଆସିବା ବୁଧବାର କଳ୍ପନାଙ୍କ ମରଶରୀର ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟମ୍ପକୁ ଆଣିଛନ୍ତି ସେରପା। ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକଲା ଅଣାଯିବ ପରେ ଆଜି ସନ୍ଧ୍ୟା ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା

ବୁଧବାର ଅପରାହ୍ଣରେ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର କରି କଳ୍ପନାଙ୍କ ମୃତ ଦେହ କ୍ୟାମ୍ପରେ ରଖାଯାଇଥିଲା। ପରେ ସେରପା ଟିମ୍ ଦ୍ୱାରା ମୃତ ଦେହକୁ ତଳକୁ ଅଣାଯାଇଥିଲା।

କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ ଟିମ୍ କାଠମାଣ୍ଡୁ ଯାଇଛନ୍ତିା ଏହି ଟିମରେ ଥିଲେ କଳ୍ପନା ଦାସଙ୍କ ଭାଇ ପ୍ରଦୀପ ଦାସ, ପର୍ବତ ଆରୋହଣକାରୀ ଗଣେଶ ଜେନା, କଳ୍ପନାଙ୍କ ଆଉ ଜଣେ ସମ୍ପର୍କୀୟ ରଞ୍ଜିତ କର୍ମୀ।

ମେ’୨୩ରେ ଏଭରେଷ୍ଟର ବାଲାକୋନି ଅଞ୍ଚଳରେ ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା କଳ୍ପନା ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ଅନେକ ପର୍ବତକୁ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ।

ଢ଼େଙ୍କାନାଳ ଝିଅ କଳ୍ପନା ୨୦୦୮ରେ ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲୋ ଏହାପରେ ସେ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ ହୋଇପାରିଥିଲୋ

Comment