ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏଥର ପର୍ଯ୍ୟଟନ , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

ଜ୍ୟୋତିପ୍ରକାଶ ବିଜେପିର ତାଙ୍କ ପ୍ରତିପକ୍ଷ ପଦ୍ମଲୋଚନ ପଣ୍ଡାଙ୍କୁ ୧୪ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଜ୍ୟୋତିପ୍ରକାଶ ନବୀନଙ୍କ ପଞ୍ଚମ ପାଳି ସରକାରେ ପ୍ରଥମ ଥର ଲାଗି ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି।

ସେ ମନ୍ତ୍ରୀ ହେବାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଫନି ପରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୂରା ଶ୍ରୀହୀନ ହୋଇପଡ଼ିଛି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବୁଧବାର ସେ ପର୍ଯ୍ୟଟନ ବିଭାଗ ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀକୁ କିପରି ପୂର୍ବପରି ପର୍ଯ୍ୟଟକ ଆସିବେ ସେ ନେଇ ବିବିଧ କାର୍ଯ୍ୟ କରାଯିବ।

Comment