ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ନେତାଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ସାମିଲ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।

ମୋଦି ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ। ରାହୁଲ ଏବଂ ସୋନିଆଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଥିଲା। ଏନେଇ ସୋନିଆ ଏବଂ ରାହୁଲ ଶପଥ ଗ୍ରହଣ ଉତ୍ସବକୁ ଆସିବାକୁ ହଁ କହିଥିଲେ।

ସୋନିଆ ଏବଂ ରାହୁଲ୍ ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ବସିଥିବା ଦେଖିବାକୁ ମିଳିଛି।

Comment