ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାମାସ ଓଡ଼ିଶା ଫେରିପାରନ୍ତି ଜଗା ବଳିଆ। ଏବେ ସେମାନେ ଏମ୍ସର ପ୍ରାଇଭେଟ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସହ ସେମାନଙ୍କ ବାପା ମା ଅଛନ୍ତି। ଜଗା ବଳିଆଙ୍କୁ ଏବେ ୪ବର୍ଷ ବୟସ।

ଡାକ୍ତରଙ୍କ କହିବା ଅନୁସାରେ ଏବେ ଜାଗା ପୂରା ସୁସ୍ଥ ଅଛି। ସେ ସ୍କୁଲ ଯାଇପାରିବ। ମାତ୍ର ବଳିଆ ଅସୁସ୍ଥ ଅଛି, ତାକୁ ସ୍କୁଲ ଯିବା ଲାଗି ଆଉ କିଛିଦିନ ସମୟ ଲାଗିପାରେ।

ମାଲକାନଗିରିର ଜୋଡା ମୁଣ୍ଡ ଶିଶୁଙ୍କୁ ଅପରେସନ ଦିଲ୍ଲୀ ଏମ୍ସରେ ହୋଇଥିଲା, ଏମାନଙ୍କ ଅପରେସନ ଲାଗି ଜାପାନରୁ ଡାକ୍ତର ଆସିଥିଲେ। ୨୦୧୭ରୁ ସେମାନେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି।

Comment