ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଦାୟିତ୍ଵ ରହିଛି ସୀତାରମଣଙ୍କ ପାଖରେ। ସୀତାରମଣ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇସାରିଛନ୍ତି।

ଏବେ ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାକୁ ଯାଉଛନ୍ତି। ଯଦିଓ ଇନ୍ଦିରାଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ କିଛି ସମୟ ଲାଗି ଅର୍ଥ ମନ୍ତ୍ରାଳୟ ଓ ରକ୍ଷା ମନ୍ତ୍ରାଳୟ ନିଜ ପାଖରେ ରଖିଥିଲେ।

ମାତ୍ର ଏବେ ୫ବର୍ଷ ଲାଗି ନିର୍ମଳା ସୀତାରମଣଙ୍କ ପାଖରେ ଫୁଲ ଟାଇମ୍ ଅର୍ଥ ମନ୍ତ୍ରାଳୟ ରହିବ। ପ୍ରତିରକ୍ଷାମନ୍ତ୍ରୀ ବେଳେ କାମଲାଗି ସୀତାରମଣ ଚର୍ଚ୍ଚାରେ ରହିଥିଲେ। ତାଙ୍କ କାମଙ୍କୁ ଅନେକ ସମୟରେ ପ୍ରଶଂସା ବି କରାଯାଇଛି।

ନିର୍ମଳାଙ୍କ ବ୍ୟକ୍ତିଗତ ଜୀବନ

ନିର୍ମଳା ସୀତାରମଣ ୧୯୫୯ମସିହା ଅଗଷ୍ଟ ୧୮ ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ସୀତାରମଣ ତାମିଲନାଡୁର ସୀତାଲକ୍ଷ୍ମୀ ରାମାସ୍ଵାମୀ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେହିପରି ଜବାହାରଲାଲ୍ ନେହେରୁ ମହାବିଦ୍ୟାଳୟରୁ ଏମଫିଲ୍ କରିଛନ୍ତି।

ନିର୍ମଳା ଡକ୍ଟର. ପରକାଳ ପ୍ରଭାକରଙ୍କୁ ବିବାହ କରିଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ ଓ ଭାରତର ଜେଏନୟୁର ପୂର୍ବ ଛାତ୍ର ରହିସାରିଛନ୍ତି। ଏବେ ନିର୍ମଳାଙ୍କ ପତି ରାଇଟ୍ – ଫୋଲିୟୋ କମ୍ପାନିର ଏମଡି ପଦରେ ଦାୟିତ୍ଵ ତୁଲାଉଛନ୍ତି।

ଉଭୟଙ୍କ ବିବାହକୁ ନେଇ ବି ଅନେକ ମଜେଦାର କାହାଣୀ ଅଛି। ନିର୍ମଳା ଓ ପ୍ରଭାକର ଉଭୟ ଜେଏନୟୁରେ ପାଠପଢୁଥିଲେ ସେଠାରୁ ହିଁ ଭଲପାଇବା ଓ ତାପରେ ବିବାହ ହୋଇଥିଲା। ସେମାନଙ୍କର ଏକ ଝିଅ ବି ଅଛି। ବିବାହ ପରେ ଉଭୟ ଲଣ୍ଡନ ସିପ୍ଟ ହୋଇଯାଇଥିଲେ। ତେବେ ଯେତେବେଳେ ସେମାନଙ୍କର ଝିଅ ହୋଇଥିଲା ଉଭୟ ଭାରତ ଫେରଥିଲେ।

ନିର୍ମଳାଙ୍କ ରାଜନୈତିକ ଜୀବନ

ନିର୍ମଳା ୨୦୦୬ରେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ ୨୦୦୭ରେ ତାଙ୍କ ପତି ପ୍ରଭାବକର ଚିରଞ୍ଜିବୀଙ୍କ ଦଳରେ ସାମିଲ ହୋଇଥିଲେ। ମାତ୍ର ୨୦୦୦ରେ ମସିହାରେ ସେ ଆନ୍ଧ୍ର ପ୍ରଦେଶ ୟୁନିଟର ମୁଖପାତ୍ର ବନିଥିଲେ। ସେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ଗଡକରୀ ଥିଲେ।

ଏହାପରେ ୨୦୧୪ରେ ସେ ବିଜେପି ସରକାରକୁ ଆସିଥିଲା ସେତେବେଳେ ନିର୍ମଳାଙ୍କୁ ୨୦୧୬ ମେ ୨୬ରେ ଏକ ସ୍ଵତନ୍ତ୍ର ଦାୟିତ୍ଵ ଦିଆଯାଇଥିଲା। ପରବର୍ତ୍ତି ସମୟରେ ସେ ବାଣିଜ୍ୟ ଓ ଔଦ୍ୟୋଗ ବିଭାଗରେ ରାଜ୍ୟମନ୍ତ୍ରୀ ରହିଥିଲେ। ଏହାପରେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇଥିଲା। ଡିସେମ୍ବର ୩ ,୨୦୧୭ରେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment