ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବରାଠୁ ଆରମ୍ଭ ହୋଇଛି ମୋଦିଙ୍କ ଦ୍ଵିତୀୟ ଇନିଂସ। ନରେନ୍ଦ୍ର ମୋଦିଙ୍କ ସମେତ ୫୮ଜଣ ମନ୍ତ୍ରୀ ଗୁରୁବାର ଶପଥ ନେଇଛନ୍ତି। ଏହି ୫୮ଜମ ତାଲିକା ମଧ୍ୟରେ ଅନେକ ନୂଆ ପୂରୁଣା ମୁହଁ ସାମିଲ ଅଛି।

ତେବେ ମୋଦିଙ୍କ ପ୍ରଥମ ଇନିଂସରେ ମନ୍ତ୍ରୀ ଥିବା ଅନେକଙ୍କୁ ଦ୍ଵିତୀୟ ଇନିଂସରେ ସାମିଲ କରାଯାଇନାହିଁ। ଯେଉଁମାନଙ୍କୁ ସାମିଲ କରାଯାଇନାହିଁ ସେମାନେ ହେଉଛନ୍ତି ଜୁଏଲ ଓରାମ, ମେନକା ଗାନ୍ଧି, ସୁରେଶ ପ୍ରଭୁ, ଜେପି ନଡ୍ଡା, ମହେଶ ଶର୍ମା, ସୁଷମା ସ୍ୱରାଜ, ରାଜ୍ୟବର୍ଦ୍ଧନ ସିଂ ରାଠୋର।

ତେବେ ସୁଷମା କେଉଁ କାରଣରୁ ମୋଦି କ୍ୟାବିନେଟରେ ସ୍ଥାନ ପାଇଲେନି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିଲେ ବି ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସରକାରରୁ ବାଦ ଦିଆଯାଇଥିବା ଅନୁମାନ କରାଯାଉଛି।

ସେହିପରି ପୂର୍ବରୁ ଅରୁଣ ଜେଟଲୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ସେ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ଜେଟଲୀ।

Comment