ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୂର୍ବତନ ବିଦେଶ ସଚିବ ଏସ୍ ଜୟଶଙ୍କର। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜୟଶଙ୍କର ହେଉଛନ୍ତି କେ ସୁବ୍ରମଣ୍ୟମଙ୍କ ପୁଅ। ଜୟଶଙ୍କର ଇଣ୍ଡୋ-ଆମେରିକା ପରମାଣୁ ଚୁକ୍ତି କରିଥିବା ଭାରତୀୟ ଟିମର ଜଣେ ପ୍ରମୁଖ ସଦସ୍ୟ।

ସେ ୨୦୧୫ରେ ସୁଜାତା ସିଂହଙ୍କୁ ହଟାଇ ବିଦେଶ ସଚିବ ଭାବେ ନିଯୁକ୍ତ ହେବାପରେ ବିଭିନ୍ନ ମହଲରୁ ସରକରାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା। ଜୟଶଙ୍କର ଚୀନ୍ ଓ ଆମେରିକାରେ ରାଷ୍ଟ୍ରଦୂତ ଭାବେ କାମ କରିସାରିଛନ୍ତି। ଏହାସହିତ ଜୟଶଙ୍କର ସିଙ୍ଗାପୁରରେ ଭାରତର ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରିସାରିଛନ୍ତି।

ବିଦେଶ ନୀତି ଉପରେ ଭଲ ଅଭିଜ୍ଞତା ରଖିଥିବା ଜୟଶଙ୍କର ଏବେ ମୋଦି କ୍ୟାବିନେଟରେ ମନ୍ତ୍ରୀ। ସେହି ଦୃଷ୍ଟି କୋଣରୁ ଜୟଶଙ୍କରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Comment