ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇଥିବା ସ୍ମୃତି ଇରାନୀଙ୍କୁ ମୋଦି କ୍ୟାବିନେଟରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଦାୟିତ୍ବ ମିଳିଛି।

୨୦୧୪ରେ ସେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ। ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ସ୍ମୃତି ଇରାନୀ ମୋଦି ସରକାରର ଏକ ଚର୍ଚ୍ଚିତ ଚେହେରା। ସେ ମୋଦି ସରକାରଙ୍କ ପ୍ରଥମ ଇନିଂସରେ ନିଜ ମନ୍ତବ୍ୟ ଲାଗି ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି।

୫ବର୍ଷ ପୂର୍ବରୁ ସେ ଅମେଥୀରେ ରାହୁଲ ଗାନ୍ଧିଙ୍କଠୁ ହାରିବା ପରେ ସୁଧା ସେଠାକାର ଲୋକଙ୍କ ସହିତ ସେ ସମ୍ପର୍କ ରଖିଥିଲେ। ଏପରିକି ସେଠାକାର ଲୋକଙ୍କର ସେ ବିଶ୍ବାସ ଜିତିପାରିଥିଲେ। ସେଥିଲାଗି ତାଙ୍କୁ ଏଥର ଅମେଠି ଲୋକ ଅନେକ ଭୋଟ ବ୍ୟବଧାନରେ ଜିତାଇଛନ୍ତି। ଅନେକ ସମୟରେ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ମାତ୍ର ଏସବୁ ତାଙ୍କର ରାଜନୈତିକ କ୍ୟାରିୟର ଉପରେ ସେମିତି କିଛି ପ୍ରଭାବ ପକାଇପାରିନାହିଁ।

Comment