ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

‘‘ଦେଶର ସୁରକ୍ଷା ଓ ଦେଶବାସୀଙ୍କ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହାକୁ ସଫଳ କରିବାକୁ ମୁଁ ସବୁ ପ୍ରକାର ଚେଷ୍ଟା କରିବି’’, ଗୃହମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏମିତି ଟୁଇଟ କରିଛନ୍ତି ଅମିତ ଶାହ।


ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅମିତ ଶାହ ଆଜି ଗୃହମନ୍ତ୍ରୀ ଭାବେ ବିଦ୍ଧିବଧ ଭାବେ ନିଜ ଦାୟିତ୍ୱ ସମ୍ଭାଳିଛନ୍ତିା ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଶାହ ଏହି ଟୁଇଟ କରି ଏହି କଥା କହିଛନ୍ତିା

ଏହା ପୂର୍ବରୁ ବିଜେପିର ଏହି ବରିଷ୍ଠ ନେତା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉ ଥିଲୋ ଗୃହ ମନ୍ତ୍ରାଳୟ ଦାୟିତ୍ୱ ବରିଷ୍ଠ ନେତା ରାଜନାଥ ସିଂହ ସମ୍ଭାଳୁ ଥଲୋ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ଶାହଙ୍କୁ ଗୃହ ମନ୍ତ୍ରାଳୟ ଦାୟିତ୍ୱ ମିଳିଛିା

ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ମିଳିଛି। ରାଜନାଥ ସିଂହଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ନିର୍ମଳା ସୀତାରମଣ।

Comment