ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ୍‌ କ୍ରିକେଟ ମହାସମରର ତୃତୀୟ ଦିନରେ ଆଫଗାନିସ୍ତାନକୁ ଭେଟିଛି କଙ୍ଗାରୁ ଟିମ୍‌ ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍‌ ସଂଗ୍ରହ କରିଛି।

ବର୍ତ୍ତମାନ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ନିର୍ଦ୍ଧାରିତ ୫୦ ଓଭରରେ ୨୦୭ ରନ୍‌ ସଂଗ୍ରହ କରିବାକୁ ପଡ଼ିବ।

ଆଜିର ମ୍ୟାଚ୍‌ରେ ଚଳିତ ଆଫଗାନିସ୍ତାନ ପାଇଁ କଙ୍ଗାରୁ ଦଳ ଭାରି ପଡ଼ିପାରେ। ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଆୟୋଜିତ ହୋଇଥିବା ଅନ୍‌ଅଫିସିଆଲ ୱାର୍ମଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ଟି ଯାକ ମ୍ୟାଚ୍‌ ଜିତିଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ହରାଇ ଜବରଦସ୍ତ ଫର୍ମରେ ଅଛି।

Comment