ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଜୁନ୍‌ ୩ ତାରିଖରେ ପ୍ରକାଶ ପାଇବ +୨ ବିଜ୍ଞାନ ଫଳାଫଳ। ଦିନ ୧୨ଟାରେ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ +୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

+୨ ପରୀକ୍ଷାର୍ଥୀ ସିଏଚ୍‌ଏସ୍‌ଇ ୱେବସାଇଟ୍ www.chseodisha.nic.in ଏବଂ http:/orissharesults.nic.in ଜରିଆରେ ନିଜ ରେଜଲ୍ଟ ଦେଖିପାରିବେ।

ଅନ୍ୟପଟେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାରିନଥିବାରୁ ଛାତ୍ରଛାତୀମାନେ ଚିନ୍ତାରେ ଥିଲେ। ଗେଶଟେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ବାହାରିସାରିଥିବା ବେଳେ ସିଏଚ୍‌ଏସ୍‌ଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଥିଲା। ବର୍ତ୍ତମାନ ଜୁନ୍‌ ୩ରେ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

Comment