ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଓଡ଼ିଶା ଆସିବ ପର୍ବତାରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ କଳ୍ପନାଙ୍କ ମରଶରୀର ପହଁଚିବ। ରାତ୍ର ୧୦ଟା ଯାଏଁ କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯିବ। ଏହି ସମୟ ମଧ୍ୟରେ ଲୋକେ ତାଙ୍କୁ ଶେଷ ଦର୍ଶନ କରିପାରିବୋ

ଶୁକ୍ରବାର ପର୍ବତ ଆରୋହଣକାରୀ କଳ୍ପନାଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ ଆଜି କାଠମାଣ୍ଡୁରୁ ଓଡିଶା ଅଣାଯିବ।

କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା। ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଓଡିଶାର ପ୍ରଥମ ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମେ’୨୩ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ୫୨ ବର୍ଷ ବୟସ ହୋଇଥିଲା। ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୦୮ ରେ ଏଭରେଷ୍ଟ ଆରୋହଣ କରିବାକୁ ସଫଳ ହୋଇଥିଲେ କଳ୍ପନ। ତା’ ପୂର୍ବରୁ ୨୦୦୪ ଏବଂ ୨୦୦୬ରେ ଚେଷ୍ଟା କରିଥିଲେ କିନ୍ତୁ ପ୍ରତିକୂଳ ପାଗ ଏବଂ ଖରାପ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ବିଫଳ ହୋଇଥିଲେ।

କଳ୍ପନା ୧୯୬୬ ମସିହା ଜୁଲାଇ୭ ତାରିଖରେ ଓଡ଼ିଶାର ଢ଼େଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲୋ

Comment