ଓଡ଼ିଶାଲାଇଭ ବ୍ୟୁରୋ

ମେ ମାସ ସରିଲା, କିନ୍ତୁ ଏଯାଏ ଯୁକ୍ତ ଦୁଇର ବିଜ୍ଞାନ ପରୀକ୍ଷାଫଳ ବାହାରିପାରିଲାନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଅବିଭାବକ ଓ ଅଧ୍ୟାପକ ସମସ୍ତେ ଚିନ୍ତାରେ ।

ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷେ ମେ ୧୯ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମାତ୍ର ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାରିପାରିନାହିଁ।

ସେପଟେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ବାହାରିସାରିଥିବାରୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏ ନେଇ ପରିଷଦ ପକ୍ଷରୁ କୁହାଯାଇଛି କି ରେଜଲ୍ଟ ବାହାରିବାରେ ସାମାନ୍ୟ ବିଳମ୍ବ ହୋଇଛି, କିନ୍ତୁ ଏଥିଲାଗି ଛାତ୍ରଛାତ୍ରୀ ମାନେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ।

ସେପଟେ ସାଧାରଣ ନିର୍ବାଚନ ଓ ବାତ୍ୟା ଫନି ଲାଗି କିଛିଦିନ ପାଇଁ ଖାତା ମୂଲ୍ୟାୟନ ବନ୍ଦ ରହିଥିଲା। ଯେଉଁଥିପାଇଁ ଖାତା ଦେଖାରେ ବିଳମ୍ବ ହୋଇଛ। ଏସବୁ ଭିତରେ ଛାତ୍ରଛାତ୍ରୀଙ୍କର ଗୋଟିଏ ପ୍ରଶ୍ନ ରେଜଲ୍ଟ କେବେ ବାହାରିବ।

Comment