ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ସକାଳେ ଓଡ଼ିଶା ପହଞ୍ଚିବ ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। ବର୍ତ୍ତମାନ ତାଙ୍କ ମରଶରୀର ଦିଲ୍ଲୀରେ ରହିଛି। ଆଜି ବିଳମ୍ବ କାରଣରୁ ବିମାନ ଭୁବନେଶ୍ୱର ଚାଲି ଆସିଥିଲା। ତେଣୁ ଆସନ୍ତାକାଲି ସକାଳ ୭ଟାରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ।

ଆଜି କାଠମାଣ୍ଡୁରୁ କଳ୍ପନାଙ୍କ ମରଶରୀର ଦିଲ୍ଲୀକୁ ଅଣାଯାଇଥିଲା। ଏହାପରେ ଦିଲ୍ଲୀରୁ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ କାଠମାଣ୍ଡୁରୁ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିବାରୁ ସେତେବେଳକୁ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା।

ଆସନ୍ତାକାଲି କାଲି ସକାଳ ୭ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ କଳ୍ପନାଙ୍କ ମରଶରୀର ପହଞ୍ଚିବ। ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମରଶରୀରକୁ କଳିଙ୍ଗ ଷ୍ଟାଡିୟମ ଅଣାଯିବ। ସକାଳ ୯.୪୫ରୁ ୧୦.୪୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ରହିବ କଳ୍ପନାଙ୍କ ମରଶରୀର। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment