ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ୍‌ କ୍ରିକେଟ ମହାସମରରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ଦିନ ୩ଟାରେ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ଭେଟିଥିବା ବେଳେ ସନ୍ଧ୍ୟା ୬ ଅନ୍ୟ ଏକ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟୁଛି ଅଷ୍ଟ୍ରେଲିଆ କଙ୍ଗାରୁ ଟିମ୍‌। ପ୍ରଥମ ମ୍ୟାଚ୍‌ଟି କାଡ୍ରିଫ୍‌ ସୋଫିଆ ଗାର୍ଡେନ୍‌ରେ ଖେଳାଯାଉଥିବା ବେଳେ ଅନ୍ୟଟି ବ୍ରିଷ୍ଟଲର କଣ୍ଟ୍ରି ଗ୍ରାଉଣ୍ଡରେ ଖେଳାଯିବ।

ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି। ୱାର୍ମଅପ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଭାରତ ମୁକାବିଲାରେ କୁୱି ଟିମ୍‌ ଭାରତକୁ ପରାସ୍ତ କରିଥିଲା। ତେବେ ଆଜି ଶ୍ରୀଲଙ୍କା ଉପରେ ନ୍ୟୁଜିଲାଣ୍ଡ ଭାରି ପଡ଼ିପାରେ।

ସନ୍ଧ୍ୟା ୬ ଦ୍ୱିତୀୟ ମ୍ୟାଚ୍‌ ଆଫଗାନିସ୍ତାନକୁ ଭେଟୁଛି ଅଷ୍ଟ୍ରେଲିଆ କଙ୍ଗାରୁ ଟିମ୍‌। ଚଳିତ ବିଶ୍ୱକପ୍‌ ପୂର୍ବ ୱାର୍ମଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ଖେଳି ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ହରାଇଛି। ତେବେ ଆଜି ଆଫଗାନିସ୍ତାନକୁ ମଧ୍ୟ ହରାଇବାର ଲକ୍ଷ ରଖିବ କଙ୍ଗାରୁ ଟିମ୍‌।

Comment