ଓଡ଼ିଶାଲାଇଭ ଏଣ୍ଟରଟେନମଣ୍ଟ ବ୍ୟୁରୋ

ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଖର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛିା ଇଲାହାବାଦ, ଦିଲ୍ଲୀ, ଜୟପୁର, ମହାରାଷ୍ଟ୍ରରେ ସମେତ ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ପାର କରିଛିା

ଗରମ ଓ ପ୍ରବଳ ଗୁଳୁଗୁଳି ଯୋଗୁଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ସମେସ୍ତ କଲବଲ ହେଉଛନ୍ତିା ଗରମରେ ବେହାଲ ବଲିଉଡ ବିଗ ବି ଅମିତାଭ ବଚ୍ଚନ ଏକ ଟୁଇଟ କରିଛନ୍ତିା

ସେ ଗରମ ଯୋଗୁଁ ଏମ ମଜାଦାର ଜୋକ ଟୁଇଟ କରିଛନ୍ତିା ସେ ଟୁଇଟରେ ଲେଖିଛନ୍ତି ଯେ, ଗରମ ଯୋଗୁଁ ପରିସ୍ଥିତି ଏମିତି ହେଲାଣି ଯେ, ତଜରୁବା ଲେଖାଯାଇଥିଲେ ତରବୁଜା ଦେଖାଯାଉଛିା ସେ ଏହି ପୋଷ୍ଟରେ ଆଉ ନିଜର ଏକ କଲରଫୁଲ ଫଟୋ ବି ପୋଷ୍ଟ କରିଛନ୍ତିା

ଭାରତୀୟ ପାଣିପାଗ ଅନୁସାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗରମର ସ୍ଥିତି ଏଭଳି ଜାରି ରହିବା ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛିା କିଛି ଅଞ୍ଚଳରେ ବର୍ଷ ସମ୍ଭାବନା ମଧ୍ୟ ରହିଛିା

Comment