ଓଡ଼ିଶାଲାଇଭ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ରାଜନାଥ ସିଂହଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ନେଉ ନେଉ ରାଜନାଥ ତିନି ସେନାର ପ୍ରମୁଖମାନଙ୍କ ସହ ଆଲୋଚନା କରିଛନ୍ତି।

ଏହାସହ ରାଜନାଥ ସୋମବାର ଦିନ ସିଆଚେନ ଗସ୍ତରେ ଯିବେ। ଏଠାରେ ସେ ଯୁଦ୍ଧ କ୍ଷେତ୍ରର ସ୍ଥିତି ପରଖିବେ। ସିଆଚେନ ହେଉଛି ଭାରତ-ପାକିସ୍ତାନର ସବୁଠୁ ଉଚ୍ଚା ଯୁଦ୍ଧ କ୍ଷେତ୍ର। ସ୍ଥଳସେନା ମୁଖ୍ୟ ବିପିନ ରାୱତ ମଧ୍ୟ ରାଜନାଥଙ୍କ ସହ ସିଆଚେନ ଗସ୍ତରେ ଯିବେ।

ମୋଦି ସରକାରଙ୍କ ପ୍ରଥମ ଇନିଂସ୍‌ରେ ରାଜନାଥ ଗୃହ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ। ଦ୍ୱିତୀୟ ପାଳିରେ ସେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି।

ରାଜନାଥ ସିଆଚେନରେ ପହଞ୍ଚି ଯବାନ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏଠାରେ ଥିବା ବେସ୍ କ୍ୟାମ୍ପ ପ୍ରାୟ ୧୨ ହଜାର ଫୁଟ ଉଚ୍ଚତାରୁ ଆରମ୍ଭ ହେଉଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉତ୍ସବ ପାଳନ କରିବା ପାଇଁ ସିଆଚେନରେ ପହଞ୍ଚିଥିଲେ।

Comment