ଓଡ଼ିଶାଲାଇଭ ବ୍ୟୁରୋ

ଏଭରେଷ୍ଟ ଆରୋହଣ କରି ରାଜ୍ୟ ପାଇଁ ଗର୍ବ ଆଣିଥିବା କଳ୍ପନା ଦାଶଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବା ହେଲେ ତାଙ୍କ ବ୍ୟକ୍ତିତ୍ୱ କିଛି ଏମିତି ଯେ, ସେ  ରାଜ୍ୟବାସୀଙ୍କ ମନରେ ସବୁଦିନ ପାଇଁ ଅମର ରହିବୋ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ ଭାବେ ପରିଚିତ କଳ୍ପନାଙ୍କ ପାଇଁ କେବଳ ଓଡ଼ିଶା ନୁହେଁ ପୂରା ଭାରତ ଆଜି ଗର୍ବ କରୁଛି।

ଆଉ ମୃତ୍ୟୁ ପରେ ବି ତାଙ୍କର ଏହି ପ୍ରତିଭା ଅନ୍ୟମାନଙ୍କୁ ପ୍ରେରଣା ଯୋଗଇବା ତାଙ୍କ ମୃତ୍ୟୁରେ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ସତ ହେଲେ ତାଙ୍କ ସଫଳତା ପାଇଁ ରାଜ୍ୟ ସବୁଦିନ ଗର୍ବ କରିବା

କଳ୍ପନା କେବଳ ଜଣେ ସଫଳ ଏଭରେଷ୍ଟ ଆରୋହୀ ତାହା ନୁହେଁ, ସେ ପୃଥିବୀର ଆହୁରି ଅନେକ ଦୁର୍ଗମ ପର୍ବତର ଶିଖର ଛୁଇଁବାରେ ସଫଳ ହୋଇଥିଲୋ ଭିନ୍ନ ଭିନ୍ନ ଦେଶର ଉଚ୍ଚତମ ପାହାଡ଼ ଚଢ଼ି ସେ ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଆଣିଥିଲୋ

ତାଙ୍କ ଜୀବନକାଳ ମଧ୍ୟରେ  ୫ଟି ଦେଶର ୫ ଉଚ୍ଚତମ ପର୍ବତ ଚଢ଼ି ରେକର୍ଡ ସୃଷ୍ଟି କରିଥିଲୋ

କଳ୍ପନା ପ୍ରଥମେ ୨୦୦୪ ଓ ୨୦୦୬ରେ ମାଉଣ୍ଟ ଏଭରେଷ୍ଟ ଚଢ଼ିବାକୁ ଚେଷ୍ଟା କରିଥିଲୋ ମାତ୍ର ପ୍ରତିକୂଳ ପାଗ ଯୋଗୁଁ ସେ ବିଫଳ ହୋଇଥିଲୋ ୨୦୦୮ରେ ସେ ପୁଣି ଥରେ ଉଦ୍ୟମ କରିଥିଲେ ଓ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଥିଲୋ

୨୦୧୦ରେ ନର୍ଥ ଆମେରିକାର ସବୁଠୁ ଉଚ୍ଚତମ ପର୍ବତ ଶୃଙ୍ଗ ମାଉଣ୍ଟ ଡେନାଲି ଚଢ଼ଥିଲୋ ମାତ୍ର ଏତିରେ ସେ ବିଫଳ ହୋଇଥିଲୋ ୨୦୧୪ରେ ବିନା ଅକ୍ସିଜେନରେ କଳ୍ପନା ଇଷ୍ଟ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଚଢ଼ିଥିଲୋ ସେ ସଫଳ ମଧ୍ୟ ହୋଇଥିଲୋ

ତା’ ପରେ ୨୦୧୫ ଜାନୁଆରୀ ୧୬ରେ ସାଉଥ୍ ଆମେରିକାର ମାଉଣ୍ଟ ଏକୋନଗୁଆ, ୨୦୧୫ ଜୁଲାଇ ୩୧ରେ ଇଉରୋପର ମାଉଣ୍ଟ ଏଲବ୍ରସ, ୨୦୧୫ ଡିସେମ୍ବର ୩ରେ ଅଷ୍ଟ୍ରେଲିଆର ମାଉଣ୍ଟ କୋସିଅସକୋ ଚଢ଼ିବାରେ ସଫଳ ହୋଇଥିଲୋ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କଳ୍ପନା ଅଷ୍ଟ୍ରେଲିଆର ଏହି ମାଉଣ୍ଟ ଚଢ଼ିଲା ବେଳେ କଳ୍ପନା ଭାରତୀୟ ଶାଢ଼ୀ ପିନ୍ଧିଥିଲୋ ଶାଢ଼ୀ ପିନ୍ଧି ମାଉଣ୍ଟ ଚଢ଼ିବାରେ କଳ୍ପନା ପ୍ରଥମ ଏବଂ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲୋ

୨୦୧୯ରେ ସେ ପୁଣିଥରେ ଏଭରେଷ୍ଟ ଯାତ୍ରା କରିଥିଲୋ ତାଙ୍କର ଏହି ଯାତ୍ରା ଏପ୍ରିଲ ୩ରୁ ଆରମ୍ଭ ହୋଇଥିଲା। ମାତ୍ର ଭାଗ୍ୟର ବିଡ଼ମ୍ବନା କିଛି ଅଲଗା ଥିଲା। ଏଭରେଷ୍ଟରୁ କଳ୍ପନାଙ୍କ ମୃତ ଶରୀର ଫେରିଲା। ମେ’ ୨୩ରେ କଳ୍ପନାଙ୍କର ଏଭରେଷ୍ଟର ବାଲକୋନିରେ ମୃତ୍ୟୁ ଘଟିଥିଲା।

୫୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଳ୍ପନା। ଆଜି ତାଙ୍କ ପାର୍ଥିବ ଶରୀର ସକାଳ ୯ଟାରେ ଓଡ଼ିଶାରେ ପହଞ୍ଚିଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧ ଘଣ୍ଟା ପାଇଁ ତାଙ୍କ ପାର୍ଥିବଶରୀର ରଖାଯାଇଥିଲା। ରାଜ୍ୟରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲୋ ଏହାପରେ ତାଙ୍କ ଜନ୍ମମାଟି ଢ଼େଙ୍କନାଳକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

କଳ୍ପନା ଯେ କେବଳ ପର୍ବତାରୋହୀ ତାହା ନୁହେଁ ସେ ଜଣେ ଆଇନଜୀବୀ ମଧ୍ୟ। କଳ୍ପନା ୧୯୬୬ ମସିହା ଜୁଲାଇ୭ ତାରିଖରେ ଓଡ଼ିଶାର ଢ଼େଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲୋ

Comment