ଓଡ଼ିଶାଲାଇଭ ବ୍ୟୁରୋ

 

ଫଟୋ: ବଦ୍ରିଶନାରାୟଣ ପତି                                     

ଆଜି ନେପାଳ କାଠମାଣ୍ଡୁରୁ ଓଡିଶା ଆସି ପହଁଚିଛି ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବଶରୀର। ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ କଳିଙ୍ଗ ଷ୍ଟାଡିୟମକୁ କଳ୍ପନାଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା।

୧ ଘଣ୍ଟା ଯାଏଁ କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପାଇଁ ତାଙ୍କ ମରଶରୀର ରଖାଯାଇଛିା କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କୁ ଶେଷ ଦର୍ଶନ କରିବା ଲାଗି ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଛନ୍ତିା

କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟପାଳଙ୍କ ପ୍ରତିନିଧି, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଏମସିର ପରିଚାଳନା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା,  କ୍ରୀଡ଼ାବିତ୍, ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ପର୍ବତ ଆରୋହଣକାରୀ ଗଣେଶ ଜେନା ତାଙ୍କ ଶେଷ ଦର୍ଶନ କରିଛନ୍ତିା

ଓଡ଼ିଶାଲାଇଭ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ଭାରତୀୟ ମହିଳା ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ଓଡ଼ିଶାଲାଇଭ ମିଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଓଡ଼ିଶାଲାଇଭର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ନୀଳାମ୍ବର ରଥ କଳିଙ୍ଗ ଷ୍ଟାଡିୟମ ଯାଇ କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ।

ଶ୍ରୀଯୁକ୍ତ ରଥ ଟୁଇଟ କରି କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିା ସେ ଲେଖିଛନ୍ତି ଯେ, କଳ୍ପନାଙ୍କ ପାଇଁ କେବଳ ଓଡ଼ିଶା ନୁହେଁ ଭାରତ ଗର୍ବ କରିବା କଳ୍ପନା ଦାଶଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ସେ ସମବେଦନା ଜଣାଇଛନ୍ତିା

କଳିଙ୍ଗ ଷ୍ଟାଡିୟମରୁ କଳ୍ପନାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନ ଢ଼େଙ୍କାନାଳ ଅଭିମୁଖେ ବାହାରିଛି।

ଢେଙ୍କାନାଳ ମିନିଷ୍ଟାଡିୟନରେ ତାଙ୍କ ପାର୍ଥିବଶରୀରକୁ କିଛି ସମୟ ପାଇଁ ରଖାଯିବ। ଏ ସବୁକିଛି ସରିବା ପରେ ଏକ ଶୋଭାଯାତ୍ରାରେ ଯେଉଁଠି କଳ୍ପନା ଜନ୍ମ ଗ୍ରହଣ କରିଥିଲେ , ଯେଉଁ ଗାଁ ଏଭଳି ଏକ ରତ୍ନକୁ ପାଇ ନିଜକୁ ସବୁଦିନ ପାଇଁ ଗର୍ବ କରିବ ସେହି ଗାଁ ସାରିଆପଡ଼ାକୁ ନିଆଯିବ।

ତା’ ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବା

ଗତ ଶୁକ୍ରବାର ଏଭେରେଷ୍ଟରୁ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ ଆଜି କାଠମାଣ୍ଡୁରୁ ଓଡିଶା ଅଣାଯାଇଛି। କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା। ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Comment