ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ବେଶ ସଫଳତା ପାଇବା ପରେ ଏବେ ବଙ୍ଗଳା ଫିଲ୍ମ ମୁହାଁ ଓଡ଼ିଆ ହିରୋଇନ ଏଲିନା ସାମନ୍ତରାୟ। ପ୍ରଥମ ଥର ପାଇଁ ଏଲିନା ବଙ୍ଗଳା ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତିା

ଏସକେ ମୁଭିଜ ପ୍ରଯୋଜିତ ଅଶୋକ ଧାନୁକା ନିବେଦିତ ‘ଭୋକାଟ୍ଟା’ ବଙ୍ଗଳା ଫିଲ୍ମ ମୁଖ୍ୟ ଚରିତ୍ରରେ ନଜର ଆସିବେ ଏଲିନା।

ନିକଟରେ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହୋଇଛିା ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରି ଏଲିନା ଏ ସଂପର୍କରେ ସୂଚନା ଦେଇଛନ୍ତିା  ଏହି ଫିଲ୍ମର ନିର୍ଦ୍ଦେଶନା ରମେଶ ରାଉତ ଦେଉଛନ୍ତିା

‘କିଏ ହେବ ମୋ ହିରୋଇନ’ ରିଆଲିଟି ସୋ ର ବିଜେତା ହୋଇ ୨୦୧୫ରେ ଓଲିଉଡରେ ଡେବ୍ୟୁ କରିଥିଲେ ଏହି ହିରୋଇନ। ୨୦୧୮ ‘ଇସ୍କ ତୁ ହି ତୁ’ ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ଏଲିନା।

ଏହି ଫିଲ୍ମ ପରେ ତାଙ୍କୁ ମିଳିଥିଲା ବ୍ୟାକ୍ ଟୁ ବ୍ୟାକ ଅଫର। ଖୁବ୍ କମ୍ ଦିନରେ ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ପାଲଟିଛନ୍ତି ଅଭିନେତ୍ରୀ।

Comment