ଓଡ଼ିଶାଲାଇଭ ବ୍ୟୁରୋ

ଦେଶରେ ଅଧାରୁ ଅଧିକ ରାଜ୍ୟରେ ଅସହ୍ୟ ଖରା ଗରମ ଅନୁଭୂତ ହେଉଛି। ଅନେକ ରାଜ୍ୟରେ ତାମପାତ୍ରା ୪୫ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ରାଜସ୍ଥାନର ଗଙ୍ଗାନଗରରେ ତାପମାତ୍ରା ୪୯.୬ ଡିଗ୍ରୀ ରେକର୍ଡ ହୋଇଛି। ଏହି ତାପମାତ୍ରା ଗତ ୭୫ବର୍ଷର ରେକର୍ଡ ଭାଙ୍ଗିଛି।

କେବଳ ଗଙ୍ଗାନଗରର ନୁହଁ ଶୁକ୍ରବାର ରାଜସ୍ଥାନର ଅଧିକାଂଶ ସହରରେ ତାପମାତ୍ରା ୫୦ଡିଗ୍ରୀ ଛୁଇଁଥିଲା। ସେପଟେ ଏ ବର୍ଷ ହିଟଓ୍ବେଭ କାରଣରୁ ଏ ପର୍ଯ୍ୟନ୍ତ ଦେଶରେ ୩୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ଏଭଳି ଖରାଗରମ ଆହୁରି ୩ଦିନ ପର୍ଯ୍ୟନ୍ତ ଲାଗି ରହିବ। ପଶ୍ଚିମ ରାଜସ୍ଥାନର ଅଧିକାଂଶ ସହରରେ ତାପମାତ୍ରା ଅଧିକ ରହିବ। ଏହା ବ୍ୟତିତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ରାଜ୍ୟରେ ଗରମ ସହ ଲୁ ବହିବାର ପୂର୍ବାନୁମାନ କରାଯାଇଛି।

ସେପଟେ ଓଡ଼ିଶାରେ ବି ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଲାଗି ରହିଛି। ଅଧିକାଂଶ ସହରର ତାପମାତ୍ରା ମଧ୍ୟ ଅଧିକ ରହୁଛି। ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅଧିକ ଅନୁଭୂତ ହେଉଛି। ଗରମରେ ଲୋକେ ତ୍ରାହି ତ୍ରାହି ଡାକିଲେଣି।

Comment