ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶଂସା କରି ଦଳରୁ ବିଦା ହେଲେ କଂଗ୍ରେସର ପୂର୍ବତନ ବିଧାୟକ। ଏଭଳି ଏକ ଘଟଣା ଘଟିଛି କେରଳରେ। କେରଳର ପୂର୍ବ ବିଧାୟକ ତଥା ବରିଷ୍ଠ ନେତା ଏପି ଅବଦୁଲ୍ଲା କୁଟ୍ଟିଙ୍କୁ ଦଳରୁ ସୋମବାର ବିଦା କରାଯାଇଛି।

ଦୁଇଥର ବିଧାୟକ ରହିସାରିଥିବା ଅବଦୁଲ୍ଲାକୁଟ୍ଟିଙ୍କୁ ଏଥିପାଇଁ ବାହାର କରାଯାଇଛି କାରଣ ସେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ଶାସନ ଗାନ୍ଧିବାଦୀ ମଡେଲକୁ ଅନୁସରଣ କରୁଛି।”

ଏହାକୁ ଦଳ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା, ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ।

ଏହାପରେ ତାଙ୍କୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦଳରୁ ବାହାର କରାଯାଇଛି। ଏନେଇ ଦଳର ରାଜ୍ୟ ପ୍ରମୁଖ କହିଛନ୍ତି ଅବଦୁଲ୍ଲାକୁଟ୍ଟିଙ୍କ ଟିପ୍ପଣୀ ତିରସ୍କାରପୂର୍ଣ୍ଣ ଥିଲା ଓ ସନ୍ତୋଷଜନକ ନଥିଲା।

ଏହାସହିତ କୁହାଯାଇଛି କି ଅବଦୁଲ୍ଲାକୁଟ୍ଟି ଦଳର ଅନୁଶାସନକୁ ଉଲ୍ଲଂଘନ କରିଛନ୍ତି, ସେଥିପାଇଁ ଦଳରୁ ତାଙ୍କୁ ବାହାର କରାଯାଇଛି। ଏ ନେଇ ଅବଦୁଲ୍ଲାକୁଟ୍ଟି କହିଛନ୍ତି ସ୍ପଷ୍ଟୀକରଣ ଦେବାର କୌଣସି କାରଣ ନଥିଲା କାରଣ ପୂର୍ବରୁ ହିଁ ସ୍ଥିର ହୋଇସାରିଥିଲା ମତେ ଦଳରୁ ବାହାର କରାଯିବ।

Comment