ଓଡ଼ିଶାଲାଇଭ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଜମ୍ମୁ କଶ୍ମୀରର ସିଆଚେନ ଗ୍ଲେସିଅର ଗସ୍ତ କରିଛନ୍ତିା ପ୍ରତିକୂଳ ପରିବେଶରେ ବି ଯବାନମାନେ ସାହସିକତାର ସହ କାର୍ଯ୍ୟ କରୁଥିବାରୁ ରାଜନାଥ ସିଂହ ଯବାନଙ୍କୁ ପ୍ରଂଶସା କରିଛନ୍ତିା

ଏଥିସହ ସିଆଚେନକୁ ସୁରକ୍ଷା ଦେଇ ପ୍ରାଣବଳି ଦେଇଥିବା ସହିଦ ଯବାନଙ୍କୁ ବି ସଲାମ ଜଣାଇଛନ୍ତି ରାଜନାଥ ସିଂହ। ସିଆଚେନରେ ଯବାନଙ୍କ ପ୍ରଂଶସା କରିବା ସହିତ ଯବାନଙ୍କ ପରିବାରକୁ ମଧ୍ୟ ସେ ପ୍ରଂଶସା କରିଛନ୍ତିା

ଯେଉଁ ଅଭିଭାବକ ସେମାନଙ୍କ ପିଲାଙ୍କୁ ଦେଶ ସୁରକ୍ଷା ପାଇଁ ପଠାଇଛନ୍ତି ସେମାନଙ୍କୁ ଧନ୍ୟବାଦ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।ଏହି ଗସ୍ତରେ ରାଜନାଥ ସୀମା ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତିା

ସିଆଚେନକୁ ବିଶ୍ୱର ସବୁଠାରୁ ଭୟଙ୍କର ଯୁଦ୍ଧକ୍ଷେତ୍ର ବୋଲି କୁହାଯାଇଥାଏ। ରାଜନାଥ ସେଠାରେ ଫିଲ୍ଡ କମାଣ୍ଡର ଏବଂ ଯବାନଙ୍କ ସହିତ ଆଲୋଚନା କରିଛନ୍ତିା ଏହି ଗସ୍ତରେ ରାଜନାଥଙ୍କ ସହିତ ସେନା ମୁଖ୍ୟ ବିପିନ ରାଓ୍ୱତ ରହିଛନ୍ତିା

ସିଆଚେନ ପରେ ରାଜନାଥ ଶ୍ରୀନଗର ଯିବୋ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ରାଜନାଥ ପ୍ରତିରକ୍ଷା ଦାୟିତ୍ୱ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଗସ୍ତା

Comment