ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପରେ ଦିଲ୍ଲୀ ନିର୍ବାଚନର ୮ ମାସ ପୂର୍ବରୁ ମହିଳାମାନଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଣିକି ଦଲ୍ଲୀ ମେଟ୍ରୋ ଏବଂ ଡିଟିସି ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଅଗାମୀ ୩ ମାସ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଏହି ସୁବିଧା ଦ୍ୱାରା ଦିଲ୍ଲୀରେ ୪୦ ହଜାର ମହିଳା ଉପକୃତ ହେବେ। ଏଥିପାଇଁ ଦିଲ୍ଲୀ ସରକାର ଚଳିତ ବର୍ଷ ୭୦୦ କୋଟି ଟଙ୍କା ବ୍ୟୟ ଭାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ଏହି ପଦକ୍ଷେପକୁ ମହିଳାମାନେ ସ୍ୱାଗତ କରିଛନ୍ତି।

ଚଳିତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ଦିଲ୍ଲୀକୁ ଅକ୍ତିଆର କରିଛି। ମୋଟ ୭ଟି ସଂସଦୀୟ କ୍ଷେତ୍ରରେ ବିଜେପିର ସବୁଠୁ ବଡ଼ ବିଜୟ ହୋଇଛି। ତେବେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୮ ମାସ ଥିବା ବେଳେ କେଜ୍ରିୱାଲ ସରକାରର ଏହି ପଦକ୍ଷେପକୁ ବିରୋଧି ନିର୍ବାଚନ ଚାଲ୍‌ବାଜି ବୋଲି କହିଛନ୍ତି।

Comment