ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସୁଲତାନପୁରର ବିଜେପି ସାଂସଦ ମେନକା ଗାନ୍ଧି ଏଥର ମନ୍ତ୍ରୀ ହୋଇନାହାନ୍ତି। ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ଏଥର ତାଙ୍କୁ ମନ୍ତ୍ରୀପଦ ନମିଳିବାକୁ ନେଇ ସେ ମୁହଁ ଖୋଲିଛନ୍ତି।

ମେନକା କହିଛନ୍ତି, “ଅନେକ ଭୋଟ ବ୍ୟବଧାନରେ ଜିତିଥିବା ଓ ଅନେକ ସମୟ ପର୍ଯ୍ୟନ୍ତ ସାଂସଦ ଥିବା ବ୍ୟକ୍ତିଙ୍କୁ ହିଁ କାମଚଳା ବାଚସ୍ପତି କରାଯାଇଥାଏ।” ସେ ତାହା ମଧ୍ୟରୁ ଜଣେ, ତେବେ ମେନକା କାହିଁକି ଏମିତି କହିଲେ ଏପରି କହିବା ପଛରେ କାରଣ କଣ ହୋଇଥାଇପାରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ନିର୍ବାଚନ ଜିତିବା ପରେ ସେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତି, ଜନତାଙ୍କୁ ଧନ୍ୟବାଦ ଦେବା ସହ ସବୁ ବର୍ଗର ଲୋକଙ୍କର ଉନ୍ନତି ହେବାର ଆବଶ୍ୟକତା ଥିବା ସେ କହିଛନ୍ତି।

ଏହାସହିତ ପିଲିଭିଟରୁ ବିଜେପି ଟିକେଟରେ ସାଂସଦ ହୋଇଥିବା ପୁଅ ବରୁଣ ଗାନ୍ଧିଙ୍କୁ କାହିଁକି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଳାନି ପ୍ରଶ୍ନରେ ମେନକା ଚୁପ୍ ରହିଥିଲେ।

ସେପଟେ ମେନକା ଗାନ୍ଧି ସୁଲତାନପୁରରେ ସୋମବାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଏବଂ ମଙ୍ଗଳବାର ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Comment