ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଚମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା ଜୁନ୍‌ ୮ରେ ନବୀନ ଦିଲ୍ଲୀ ଯିବେ। ଦିଲ୍ଲୀ ଯାଇ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୋମବାର  ବିଜେଡି ସଂସଦୀୟ ଦଳ ନେତା ତଥା ବିଜେଡି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ପଞ୍ଚମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେବ ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ। ବହୁଦିନ ଧରି ଓଡ଼ିଶାର ଦାବି ହୋଇଆସୁଥିବା ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଏବଂ ଖଣି ରୟାଲିଟିର ସଂଶୋଧନ କ୍ଷେତ୍ରରେ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି।

Comment