ଓଡ଼ିଶାଲାଇଭ ବ୍ୟୁରୋ

ପ୍ରକାଶ ପାଇଛି ପ୍ଲସ ଟୁ ବିଜ୍ଞାନ ରେଜଲ୍ଟ। ଏଥର ମୋଟ ପାସ ହାର ରହିଛି ୭୨.୩୩। ଏଥର ବି ରେଜଲ୍ଟରେ ପୁଅଙ୍କୁ ଫଛରେ ପକାଇଛନ୍ତି ଝିଅ।

ଏଥର ୪୦ହଜାର ୦୫୯ଜଣ ଛାତ୍ର ପାସ କରିଥିବା ବେଳେ ପାସହାର ରହିଛି ୭୦.୦୪ପ୍ରତିଶତ। ସେହିପରି ୩୦ହଜାର ୬୪୮ ଜଣ ଛାତ୍ରୀ ପାସ କରିଥିବା ବେଳେ ପାସହାର ରହିଛି ୭୫.୦୨ପ୍ରତିଶତ।

ସେହିପରି ଏଥର ୯ଟି କଲେଜରେ ଫଳଶୂନ ହୋଇଥିବାବେଳେ ୨୯ଟି କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ବାଲେଶ୍ବର ସର୍ବାଧିକ ୮୬ପ୍ରତିଶତ ପିଲା ପାସ କରିଥିବାବେଳେ, ଗଜପତିରେ ସର୍ବନିମ୍ନ ୩୬.୨୦ପ୍ରତିଶତ ପିଲା ପାସ କରିଛନ୍ତି।

ଏଥର ୯୦ପ୍ରତିଶତ ଉପରେ ମୋଟ ୬୦ଜଣ ପିଲା ମାର୍କ ରଖିଛନ୍ତି। ଛାତ୍ରଛାତ୍ରୀ ମାନେ ଜୁନ ୧୭ସୁଦ୍ଧା ସେମାନଙ୍କର ପ୍ରୋଭିଜନାଲ ସାର୍ଟିଫିକେଟ ଓ ମାଇଗ୍ରେସନ ପାଇପାରିବେ। ସେହିପରେ ୧୫ଦିନ ମଧ୍ୟରେ ଛାତ୍ରଛାତ୍ରୀ ମାନେ ରି ଚେକିଂ ପାଇଁ ଆବେଦନ କରିପାରିବେ।

ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୦ହଜାର ୮୬୦ ଜଣଛାତ୍ରଛାତ୍ରୀ। ଦ୍ଵିତୀୟ ଶ୍ରେଣୀରେ ୨୩ହଜାର ୯୦୪ଜଣ ଛାତ୍ରଛାତ୍ରୀ। ସେହିପରି ୨୫ହଜାର ୩୬୦ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।

Comment