ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣତଃ ଯେତେବେଳେ ଆପଣ କୌଣସି ବଡ଼ ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି, ସେଠାରେ ଲାଗୁଥିବା ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଆପଣଙ୍କୁ ଭଗବାନଙ୍କ ଦର୍ଶନ ମିଳିପାରିଥାଏ।

ବିଶେଷ କରି ଖରାଗରମରେ ଆପଣ ଝାଳ ପୋଛିବା ସହିତ ଲୋକଙ୍କୁ ଆଗକୁ ବଢ଼ିବା ଲାଗି କହିଥାନ୍ତି, ଯେମିତି ଆପଣଙ୍କ ଦର୍ଶନ ସମୟ ଜଲଦି ଆସିଯାଉ। ଏସବୁ ଭିତରେ ଆପଣଙ୍କୁ ଆଉ ସିରିଡି ସାଇ ଦର୍ଶନ ବେଳେ ଖରା ଗରମ ସାମ୍ନା କରିବାକୁ ପଡ଼ିବନାହିଁ।

ଶିରିଡି ଟ୍ରଷ୍ଟ ପକ୍ଷରୁ ଲୋକଙ୍କୁ ଗରମରୁ ରକ୍ଷା ପାଇବାଲାଗି ବାବାଙ୍କ ମନ୍ଦିରରେ ଏସି ଲଗାଯାଇଛି। ସଂସ୍ଥାନର ଲକ୍ଷ୍ୟ ଏହାକି ଆଗାମୀ ଦିନରେ ସମ୍ପୂର୍ଣ୍ଣ ମନ୍ଦିରରେ ଏସି ଲଗାଯିବ। ଯାହାପରେ ଭିତରର ତାପମାତ୍ରା ବାହାରର ତାପମାତ୍ରାଠୁ ୧୦ରୁ ୧୫ଡିଗ୍ରୀ କମ୍ ରହିବ। ଏ ଖବର ନିଶ୍ଚିତ ଭାବେ ଭକ୍ତଙ୍କ ଲାଗି ଏକ ଖୁସି ଖବର ଅଟେ।

ଶିରିଡିର ସାଇବାବା ସଂସ୍ଥାନରେ ଗର୍ଭଗୃହ ପାଖରେ ୪.୫ଟନର ଏକ ଏସି ଲଗାଯାଇଛି। ଶିରିଡିରେ ସାଇବାବା ସଂସ୍ଥାନ ପକ୍ଷରୁ ୧୬୦ଟନର ଏସି ଲଗାଯାଇଛି। ଏହି ଏସି ଦ୍ଵାରା ନନ୍ଦୀ ପାଖରେ ଥିବା ସ୍ଥାନ, ଯେଉଁଠି ଦର୍ଶନ କରିବା ପରେ ଭକ୍ତମାନେ ବସିଥାନ୍ତି।

ଏସି ସହିତ ସଂସ୍ଥାନ ପକ୍ଷରୁ ମନ୍ଦିରର ଅଲଗା ଅଲଗା ସ୍ଥାନରେ ୨୮ଟି କୁଲର ଲଗାଯାଇଛି। ଗୋଟିଏ ସମୟରେ ବାବାଙ୍କ ଦର୍ଶନ ୪ରୁ୫ହଜାର ଲୋକ କରିଥାନ୍ତି। ଯାହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଲାଗି ଏସିର ବ୍ୟବସ୍ଥା କରାଯାଇଛି।

Comment