ଓଡ଼ିଶାଲାଇଭ  ବ୍ୟୁରୋ

ଜମ୍ମୁ କଶ୍ମୀର ଶୋପିଆ ଅଞ୍ଚଳରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାର୍କମୀ ମୁହଁମୁହିଁ ହୋଇଛନ୍ତିା ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତିା ଆତଙ୍କୀଙ୍କ ମୃତଦେହ ମଧ୍ୟ ଯବାନ ଜବତ କରିଛନ୍ତିା

ସୂଚନା ଅନୁସାରେ ସୋମବାର ସକାଳେ ଶୋପିଆ ଅଞ୍ଚଳରେ ସୁରକ୍ଷକର୍ମୀଙ୍କ ଗାଡ଼ି ଯାଉଥିଲା ବେଳେ ଆତଙ୍କବାଦୀ ଗାଡ଼ିକୁ ଟାର୍ଗେଟ କରି ଗୁଳି ବର୍ଷଣ କରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲୋ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷାର୍କମୀ ସର୍ଚ୍ଚ ଅପରେସନ ଜୋର କରିଛନ୍ତି।

ଏକ ରିପୋର୍ଟ ଅନୁସାରେ ୨୦୧୯ରେ ଏବେ ଯାଏଁ ପାଖାପାଖି ୧୦୩ ଆତଙ୍କବାଦୀଙ୍କୁ ସୁରକ୍ଷାର୍କମୀ ନିହତ କରିଛନ୍ତିା ୧୦୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୬୨ ଯବାନ ମଧ୍ୟ ସହିଦ ହୋଇଛନ୍ତିା ସେହିପରି ୨୦୧୮ରେ ଜମ୍ମୁ କଶ୍ମୀର ଘାଟିରେ ୨୫୭ ଆତଙ୍କୀ ନିହତ ହୋଇଥିଲ ଏବଂ ୮୧ ଯବାନ ସହିଦ ହୋଇଥିଲୋ

Comment