ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ଥାନ ପରେ ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ ଚଳିତ ବର୍ଷ ଅକ୍ଟୋବର ୨ରେୂ ରିଲିଜ ହେବା ଏହି ଫିଲ୍ମରେ ହ୍ରିତିକ ରୋଶନ, ଟାଇଗର ଶ୍ରଫ୍, ବାଣୀ କପୁର ଲିଡ ରୋଲରେ ନଜର ଆସିବେ।

ଏହି ଫିଲ୍ମର ଟାଇଟଲ କ’ଣ ରହିବ ତା’କୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଫିଲ୍ମର ଟାଇଟଲ ଫାଇନାଲ ହୋଇଥିବା ଜଣା ପଡ଼ିଛିା ଖୁବଶୀଘ୍ର ଏହି ଫିଲ୍ମର ଟାଇଟଲ ଘୋଷଣା ହୋଇପାରେ।

ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ଟାଇଟଲ ଫାଇଟର୍ସ ରହିଥିବା ଜଣାପଡ଼ିଛିା ଏନେଇ ୟଶରାଜ ଫିଲ୍ମ ପକ୍ଷରୁ କୌଣସି ଅଫିସିଆଲ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ଖୁବଶୀଘ୍ର ହ୍ରିତିକ ରୋଶନଙ୍କ ଅଭିନରତ ଆଉ ଏକ ଫିଲ୍ମ ‘ସୁପର ୩୦’ ରିଲିଜ ହେବାକୁ ଯାଉଛିା

ହ୍ରିତିକ ସୋସିଆଲ ମିଡିଆରେ ନିଜେ ଏହି ସୂଚନା ଦେଇଥିଲୋ

Comment