ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟାରେ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ +୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

+୨ ପରୀକ୍ଷାର୍ଥୀ ସିଏଚ୍‌ଏସ୍‌ଇ ୱେବସାଇଟ୍ www.chseodisha.nic.in ଏବଂ http:/orissharesults.nic.in ଜରିଆରେ ନିଜ ରେଜଲ୍ଟ ଦେଖିପାରିବେ।

ଅନ୍ୟପଟେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାରି ନଥିବାରୁ ଛାତ୍ରଛାତୀମାନେ ଚିନ୍ତାରେ ଥିଲେ। ସିବିଏସଇ ଓ ଆଇସିଏସଇ ପରୀକ୍ଷା ଫଳ ବାହାରିସାରିଥିବା ବେଳେ ସିଏଚ୍‌ଏସ୍‌ଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଥିଲା। ଜୁନ୍‌ ୩ରେ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ବିଭାଗା ଉତ୍ତର ଖାତା ଦେଖା ଏଯାଏଁ ସରିନିା ତେଣୁ ଏହି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବା ୫୮ଟି ମାନୁଆଲ ମୂଲ୍ୟାୟନ କେନ୍ଦ୍ରରେ ଏବେ ବି ଖାତା ଦେଖା ଚାଲିଛିା ତେଣୁ ଜୁନ ଦ୍ୱିତୀୟ ସପ୍ତାହରେ ଏହି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରୋ

Comment