ଓଡ଼ିଶାଲାଇଭ ବ୍ୟୁରୋ

ସୋମବାରଠୁ ନିଖୋଜ ଥିବା ବାୟୁସେନାର ବିମାନ ଆଣ୍ଟୋନୋଭ ଏଏନ-୩୨ର ଏଯାଏଁ ପତ୍ତା ମିଳୁନି। ନିଖୋଜ ପରଠୁ ବାୟୁସେନା ପକ୍ଷରୁ ବିମାନକୁ ଖୋଜିବାକୁ ପ୍ରୟାସ ଜାରି ରହିଛିା

ବିମାନ ସନ୍ଧାନରେ ସି୧୩୦ ଜେ, ସି ୧୩୦ ହରକ୍ୟୁଲେସ, ସୁଖୋଇ ସୁ ୩୦ ଫାଇଟର ଜେଟ ସାମିଲ ରହିଛିା ଏଥିସହିତ ସ୍ଥଳସେନା ଏବଂ ଇଣ୍ଡୋ-ତୀବ୍ବତ ବର୍ଡର ପୋଲିସ ବିମାନ ଖୋଜିବାରେ ଲାଗି ପଡ଼ିଛନ୍ତିା

ସୋମବର ରାତିସାରା ବାୟୁସେନା ପକ୍ଷରୁ ବିମାନ ଖୋଜିବା ପାଇଁ ଅଭିଯାନ ଜାରି ରହିଥିଲେ ମଧ୍ୟ ବିମାନ ସଂପର୍କିତ କିଛି ସୂଚନା ମିଳିନାହିଁ।

ସୋମବାର ଆସାମର ଜୋରହାଟ ବିମାନବନ୍ଦରରୁ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା। ଏଥିରେ ୧୩ ଜଣ ଲୋକ ଥିଲୋ ସେଥିମଧ୍ୟରୁ ୮ ଜଣ କ୍ର୍ୟୁ ମେମ୍ବର ଥିବା ବେଳେ ୫ ଜଣ ଯାତ୍ରୀ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା।

ଜୋରହାଟ  ଏବଂ ମେଚୁକା ମଧ୍ୟରେ ଯାତ୍ରା କରିବା ଲାଗି ୫୦ ମିନିଟ ସମୟ ଲାଗିଥାଏା କିନ୍ତୁ ଏହି ବିମାନ ସହିତ ଦିନ ୧ଟା ରେ ଶେଷଥର ପାଇଁ ଯୋଗାଯୋଗ ହୋଇଥିଲା।

Comment