ଓଡ଼ିଶାଲାଇଭ ବ୍ୟୁରୋ

କାଳବୈଶାଖୀ ପ୍ରଭାବରେ ସୋମବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଛି। ଯେଉଁ ସବୁ ସହରରେ ଗତ ମାସେରୁ ଅଧିକ ଦିନ ଧରି ତାପମାତ୍ରା ୪୦ଡିଗ୍ରୀ ତଳକୁ ଆସୁନଥିଲା ସେ ସବୁସ୍ଥାନରେ ପାରଦ ସୋମବାର ୩୪ ଡିଗ୍ରୀ ପର୍ଯ୍ୟନ୍ତ କମିଯାଇଛି।

ସମ୍ବଲପୁର,ବଲାଙ୍ଗୀର, ସୋନପୁର, ଅନୁଗୋଳ,ସୁନ୍ଦରଗଡ ଆଦି ସହରରେ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ରାତିରେ ପାଗ ଥଣ୍ଡା ରହିବା ସହ ଗରମ ଗୁଳୁଗୁଳି ସେତେ ହୋଇନଥିଲା।

ସେପଟେ ଆଗାମୀ ଦିନରେ ତାତି କମିବ ଓ ବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଝିରେ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମଙ୍ଗବାରଠୁ ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି।

Comment