ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ଖାନଙ୍କ ଫିଲ୍ମ ପରଦାକୁ ଆସିବା ଲାଗି ପ୍ରସ୍ତୁତ। ଏହି ଫିଲ୍ମ ଜନ୍ ୫ ରେ ଦେଶର ଅଧିକାଂଶ ହଲରେ ରିଲିଜ୍ କରିବାକୁ ପ୍ରଯୋଜକ ଆଶା ରଖିଛନ୍ତି। ଏହାପରେ ସିନେପ୍ରେମୀ ଓ ଭାଇଜାନଙ୍କ ଫ୍ୟାନ ମାନେ ଆଶା ରଖିଛନ୍ତି କି ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍ ହେବ।

ସଲମାନଙ୍କ ଫିଲ୍ମ ଦେଖିବା ଲାଗି ସେମିତି କୌଣସି କାରଣର ଆବଶ୍ୟକତା ନଥାଏ ତଥାପି ଭାଇଜାନଙ୍କ ଫିଲ୍ମ ଭାରତ ହିଟ୍ ହେବାର କିଛି କାରଣ ଆମେ ଆପଣଙ୍କୁ କହୁଛୁ।

୧-ଇଦରେ ରିଲିଜ୍

ଇଦରେ ଫିଲ୍ମ ରିଲିଜ୍ ହେଉଛି ଆଉ ଏହି ଦିନ ସଲମାନ ନିଜ ଫ୍ୟାନଙ୍କ ଲାଗି ଏକ ଫିଲ୍ମ ନେଇ ଆସୁଛନ୍ତି। ଭାଇଜାନ କୁହନ୍ତି କି ଇଦରେ ଫିଲ୍ମ ଏଥିଲାଗି ରିଲିଜ କରାଏ କାରଣ ସେ ଚାହାନ୍ତି ତାଙ୍କ ଫ୍ୟାନ ପୂରା ପରିବାର ସହିତ ଯାଇ ଫିଲ୍ମ ଦେଖନ୍ତୁ।

୨-ସଲମାନ – କ୍ୟାଟ୍ ଯୋଡି

ଅତିତରେ ଯେଉଁବି ଫିଲ୍ମରେ କ୍ୟାଟ ଓ ଭାଇଜନ୍ ଅଭିନୟ କରିଛନ୍ତି ସେ ସବୁ ଫିଲ୍ମରେ ଦର୍ଶକ ଏହି ଯୋଡିକୁ ପସନ୍ଦ କରିଛନ୍ତି। ଏମାନଙ୍କର ଭାରତ ହେଉଛି ଷଷ୍ଠ ଫିଲ୍ମ ଯେଉଁଥିରେ ଉଭୟ କାମ କରିଛନ୍ତି। ପୂର୍ବରୁ ଏମାନେ କାମ କରିଥିବା କେବଳ ଗୋଟିଏ ଫିଲ୍ମକୁ ଛାଡ଼ିଦେଲେ ଆଉସବୁ ସୁପରହିଟ୍ ହୋଇଥିଲା। ସେହି କାରଣରୁ ଏହା ବି ହିଟ ହେବ ବୋଲି ଆଶା କରାଯାଉଛି।

୩-  ଅଲ୍ଲି ଅବ୍ବାସ ଜାଫରଙ୍କ ଫିଲ୍ମ

ବକ୍ସ ଅଫିସରେ ଫିଲ୍ମଟି ହିଟ ହେବାର ଏହା ବି ଆଉ ଏକ କାରଣ ଭାରତରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲି ଅବ୍ବାସ ଜାଫର। ବି ଟାଉନରେ ଚର୍ଚ୍ଚା ହୁଏ କି ଅଲ୍ଲୀ ଅବ୍ବାସ ଦର୍ଶଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାଣ କରନ୍ତି। ଯେଉଁଥିପାଇଁ ତାଙ୍କର ପ୍ରାୟତଃ ସବୁଫିଲ୍ମ ହିଟ ଅଟେ।

୪- ହିଟ୍ ଫିଲ୍ମର ରିମେକ

ସଲମାନଙ୍କ ଫିଲ୍ମ କୋରିୟାନ ଫିଲ୍ମ ଏମ୍ ଆଇ ଟୁ ମାଇ ଫାଦରର ରିମେକ ଅଟେ। ଯାହା ହିଟ ହୋଇସାରିଛି। ଯଦିଓ ଫିଲ୍ମରେ ଦର୍ଶକଙ୍କ ପସନ୍ଦକୁ ପ୍ରାଥମିକତା ଦେଇ ନିର୍ମାଣ ହୋଇଛି ତଥାପି ଅନେକ କ୍ଷେତ୍ରରେ ପୂରୁଣା ଫିଲ୍ମର କାହାଣୀ ସମାନ ରହିଛି। ତେଣୁ ଏହାବି ହିଟ୍ ହେବ ବୋଲି ପୂରା ଟିମ୍ ଆଶାବାଦୀ ଅଛନ୍ତି।

୫- ଜବରଦସ୍ତ ଷ୍ଟାରକାଷ୍ଟ

ଫିଲ୍ମ ହିଟ ହେବାର ଆଉ ଏକ କାରଣ ଏହାର ଷ୍ଟାରକାଷ୍ଟ ବି ଅଟନ୍ତି। ଏହା ସହ ଏହି ଫିଲ୍ମଟି ଫ୍ୟାମିଲ ଫିଲ୍ମ ବି କୁହାଯାଉଛି। ଯେଉଁଥିପାଇଁ ଲୋକେ ପୂରା ପରିବାର ସହ ଯାଇ ଦେଖିପାରିବେ। ଫିଲ୍ମରେ କ୍ୟାଟ ଓ ଭାଇଜାନଙ୍କ ରୋମାଣ୍ଟିକ କ୍ୟାମେଷ୍ଟ୍ରୀଠୁ ଆରମ୍ଭ କରି ସୁନିଲ ଗ୍ରୋଭରଙ୍କ ସହିତ ସଲମାନଙ୍କ ଦୋସ୍ତି ସବୁ ଦେଖିବାକୁ ପାଇବେ ଦର୍ଶକ। ଏହି ସବୁ କାରଣ ଲାଗି ଏହି ଫିଲ୍ମଟି ହିଟ ହୋଇପାରେ।

Comment